ଲଣ୍ଡନରେ ଅଦିନିଆ ରଥଯାତ୍ରା
ଲଣ୍ଡନରେ ପୁଣି ଇସ୍କନ ପକ୍ଷରୁ ଅଦିନିଆ ରଥଯାତ୍ରା ଆୟୋଜନ କରାଯାଇଛି ।
ଲଣ୍ଡନରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଅଦିନିଆ ରଥଯାତ୍ରା ଆୟୋଜନକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି । ଶାସ୍ତ୍ରୀୟ ନୀତି-ନିୟମ ଏବଂ ଶ୍ରୀମନ୍ଦିରର ପରମ୍ପରା ବାହାରେ ଇସ୍କନ ପକ୍ଷରୁ ମନ ମୁତାବକ ଅନ୍ୟ ତାରିଖରେଏହି ପବିତ୍ର ଉତ୍ସବ ପାଳନ କରାଯାଉଥିବାରୁ ଜଗନ୍ନାଥ ସଂସ୍କୃତି ବିଶେଷଜ୍ଞମାନେ ଏହାର ତୀବ୍ର ବିରୋଧ କରିଛନ୍ତି ।
ଜଣାପଡ଼ିଛି ଯେ ୱାଟଫୋର୍ସରେ ଶ୍ରୀଜଗନ୍ନାଥଙ୍କ ସ୍ନାନଯାତ୍ରା ଏବଂ ଲଣ୍ଡନରେ ରଥଯାତ୍ରା ଶାସ୍ତ୍ର ବିହିତ ତିଥିରେ ନ କରାଯାଇ ଅନ୍ୟ ତିଥିରେ ଆୟୋଜନ କରିବାକୁ ଇସ୍କନ ଲଣ୍ଡନ କର୍ତୃପକ୍ଷ ଜିଦ୍ ଧରିବାରୁ ଜଗନ୍ନାଥପ୍ରେମୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି । ଇସ୍କନର ଏଭଳି ମନମୁଖୀ ସିଦ୍ଧାନ୍ତ କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କ ମନରେ ଆଘାତ ଦେଉଛି ।
ଏସମ୍ପର୍କରେ ଜଗନ୍ନାଥ ଭକ୍ତ ଓ ପ୍ରବାସୀ ଓଡ଼ିଆଙ୍କ ପକ୍ଷରୁ ଇସ୍କନ ଲଣ୍ଡନର ମୁଖ୍ୟଙ୍କୁ ଏକ ପତ୍ର ପ୍ରେରଣ କରାଯାଇଥିବା ଜଣାପଡ଼ିଛି ।