ଜାପାନରେ ଶକ୍ତିଶାଳୀ ଭୂମିକମ୍ପ
ଜାପାନରେ ଶୁକ୍ରବାର ଏକ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଛି ।
ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୪ ବୋଲି ଗଣମାଧ୍ୟମ ରିପୋର୍ଟରୁ ଜଣାପଡ଼ିଛି । ତେବେ ସୁନାମୀ ନେଇ କୌଣସି ସତର୍କ ସୂଚନା ଦିଆଯାଇନାହିଁ ।
ଏଭଳି ଭୂମିକମ୍ପ ଜାପାନରେ ଗତ କିଛି ମାସ ପୂର୍ବେ ଅନୁଭୂତ ହୋଇଥିଲା । ବାରମ୍ବାର ଏଭଳି ଘଟିବାଦ୍ୱାରା ଅଂଚଳବାସୀଙ୍କ ମନରେ ଆତଙ୍କ ସୃଷ୍ଟି ହୋଇଛି ।
ତେବେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ସତର୍କତା ଅବଲମ୍ବନ ପାଇଁ ପରାମର୍ଶ ଦିଆଯାଇଛି ।