ମସ୍କୋ ଉପରେ ଡ୍ରୋନ ଆକ୍ରମଣ, ୪ ମୃତ
ୟୁକ୍ରେନ ପକ୍ଷରୁ ରବିବାର ରୁଷ ରାଜଧାନୀ ମସ୍କୋ ଉପରେ ଡ୍ରୋନ ଆକ୍ରମଣ କରାଯାଇଥିବାବେଳେ ଜଣେ ଭାରତୀୟଙ୍କ ସମେତ ୪ଜଣଙ୍କର ପ୍ରାଣହାନୀ ଘଟିଛି ।
ଆହତ ୧୨ଜଣଙ୍କୁ ଡାକ୍ତରଖାନାରେ ଭର୍ତି କରାଯାଇଛି । ଶନିବାର ବିଳମ୍ବିତ ରାତିରୁ ୟୁକ୍ରେନ ପକ୍ଷରୁ କ୍ରମାଗତ ଡ୍ରୋନ ମାଡ଼ କରାଯାଇଥିଲା ।
ତେବେ ଏୟାର ଡିଫେନ୍ସ ସିଷ୍ଟମ ଜରିଆରେ ମସ୍କୋ ଆକାଶମାର୍ଗରେ ୮୧ଟି ଡ୍ରୋନକୁ ନଷ୍ଟ କରାଯାଇଛି ବୋଲି ମେୟର ସର୍ଗେଇ ସୋବ୍ୟାନିନ ସୂଚନା ଦେଇଛନ୍ତି ।
ଅପରପକ୍ଷରେ ଶନିବାରରୁ ରବିବାର ମଧ୍ୟାହ୍ନ ମଧ୍ୟରେ ୟୁକ୍ରେନର ମୋଟ ୫୫୬ଟି ଡ୍ରୋନକୁ ଖସାଇ ଦିଆଯାଇଛି ବୋଲି ରୁଷ ପ୍ରତିରକ୍ଷା ବିଭାଗ ପକ୍ଷରୁ ଦାବି କରାଯାଇଛି ।