କ’ଣ ସତରେ ବନ୍ଦ ହେବ ଇରାନ-ଆମେରିକା ଯୁଦ୍ଧ ??
ମୁଁ ଡାଏଲ କରିନଥିଲି : ଟ୍ରମ୍ପ
ମଧ୍ୟପ୍ରାଚ୍ୟରେ ଇରାନ ଏବଂ ଆମେରିକା-ଇସ୍ରାଏଲ ମଧ୍ୟରେ ଚାଲିଥିବା ଭୟଙ୍କର ଯୁଦ୍ଧ ଥମିବାକୁ ନାଁ ନେଉନି । ନା’ ଇରାନ ଝୁଙ୍କୁଛି ନା’ ଆମେରିକା ଥକୁଛି । କ୍ରମେ ଏହି ଯୁଦ୍ଧର ପରିସୀମା ମଧ୍ୟପ୍ରାଚ୍ୟରୁ ଭୋତ ମହାସାଗର ନିକଟସ୍ଥ୍ ଡିଏଗ୍ରୋସିଆ ପର୍ଯ୍ୟନ୍ତ ପରିବ୍ୟାପ୍ତ ହୋଇସାରିଛି ।
କେତେବେଳେ ଇସ୍ରାଏଲ-ଆମେରିକା ପକ୍ଷରୁ ଇରାନର ସମସ୍ତ ଅସ୍ତ୍ରଶସ୍ତ୍ର ଭଣ୍ଡାର ଓ ଗୋଳାବାରୁଦକୁ ଧ୍ୱଂସ କରିଦେଇଥିବା ନେଇ ଦାବା କରାଯାଉଛି ତ ଆଉ କେତେବେଳେ ଇରାନ ତା’ର ପୂର୍ଣ୍ଣ ଶକ୍ତିରେ ମଧ୍ୟପ୍ରାଚ୍ୟରେ ଥିବା ଆମେରିକାର ବିଭିନ୍ନ ସାମରିକ ଘାଟି ଉପରେ ତା’ର ଶକ୍ତିଶାଳୀ ବାଲିଷ୍ଟିକ ମିସାଇଲ ମାଡ଼ କରିବା ଜାରି ରଖିଛି ।
ତେବେ ଇତମଧ୍ୟରେ ଏକ ନୂତନ କଥା ସାମ୍ନାକୁ ଆସିଛି ।
ତାହା ହେଉଛି କୁଆଡ଼େ ଇରାନ ପକ୍ଷରୁ ଫୋନ ଯୋଗେ ଆଉ ଯୁଦ୍ଧ ନ କରିବା ପାଇଁ କଲ୍ କରାଯାଇଥିଲା ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ।
କିନ୍ତୁ ସେ ହୁଏତ ନିଜର ଏବଂ ଆମେରିକା ଓ ଇସ୍ରାଏଲ ଭାବମୂର୍ତିକୁ ବଂଚାଇବା ପାଇଁ ଏଭଳି କହୁଥାଇପାରିଥାନ୍ତି ବୋଲି ଅନୁମାନ କରାଯାଉଛି ।
ସେଥିପାଇଁ ଗଣମାଧ୍ୟମ ଆଗରେ ଟ୍ରମ୍ପ କହି ବୁଲୁଛନ୍ତି ମୁଁ କଲ୍ କରିନଥିଲି, ବରଂ ସେମାନେ ଏଥିପାଇଁ ମୋତେ କଲ କରିଥିଲେ ।
ତେବେ ଯୁଦ୍ଧ ବନ୍ଦ ପାଇଁ ଆମେରିକା ମଧ୍ୟ ଇଚ୍ଛୁକ ବୋଲି ଟ୍ରମ୍ପ କହୁଥିବାବେଳେ ଇରାନ ସହ ଆମେରିକାର ଏହା ନୂତନ ବୁଝାମଣା କେଉଁଆଡ଼କୁ ଯାଉଛି ତାହା ଦେଖିବା ବାକି ରହିଲା ।