ଇସ୍ରାଏଲ-ଲେବାନାନ ୧୦ ଦିନିଆ ଅସ୍ତ୍ରବିରତି
ମଧ୍ୟପ୍ରାଚ୍ୟରେ ଇରାନ ଏବଂ ଆମେରିକା-ଇସ୍ରାଏଲ ମଧ୍ୟରେ ଚାଲିଥିବା ମାସକରୁ ଊଦ୍ଧ୍ୱର୍ କାଳର ଭୟାନକ ଯୁଦ୍ଧକୁ ରୋକିବା ପାଇଁ ଗତ ସପ୍ତାହରେ ପାକିସ୍ତାନର ଇସଲାମାବାଦରେ ଇରାନ ଏବଂ ଆମେରିକା ପ୍ରତିପକ୍ଷଙ୍କ ମଧ୍ୟରେ ୨୧ ଘଂଟାର ଶାନ୍ତି ଆଲୋଚନା ହୋଇଥିଲା । ହେଲେ ଉଭୟ ଉଭୟଙ୍କ ଜିଦ୍ରେ ଅଟଳ ରହିବାରୁ ଏହି ଶାନ୍ତି ଆଲୋଚନା ବିଫଳ ହୋଇଥିଲା ।
ବିଶେଷ କରି ଏହି ଶାନ୍ତି ଆଲୋଚନା ସମୟରେ ଲେବାନାନକୁ ଏଥିରେ ସାମିଲ କରାଯାଉ ବ,ଂ ଲେବାନାନ ଉପରେ ଇସ୍ରାଏଲ କରୁଥିବା ଆକ୍ରମଣକୁ ତୁରନ୍ତ ବନ୍ଦ କରୁ ବୋଲି ଇରାନ ଅସିଥିଲା ।
ଏଣୁ ଇରାନ ସହିତ ପୁନଃଶାନ୍ତି ଆଲୋଚନା ପାଇଁ ଏବେ ପାକିସ୍ତାନୀ ସେନାଧ୍ୟକ୍ଷ ମୁନିର ତେହେରାନରେ ଅଛନ୍ତି; କିନ୍ତୁ ଲେବାନାନ ଉପରେ ଆକ୍ରମଣ ବନ୍ଦ ନ କଲେ କୌଣସି ଆଲୋଚନା ହୋଇପାରିବ ନାହିଁ ବୋଲି ଇରାନର ଶକ୍ତ ଚେତାବନୀ ପରେ ମୁଣ୍ଡ ନୁଆଁଇଛନ୍ତି ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ।
ଟ୍ରମ୍ପ ଗତ ଗୁରୁବାର ଇସ୍ରାଏଲ ଓ ଲେବାନାନ ମଧ୍ୟରେ ମଧ୍ୟସ୍ଥତା କରି ୧୦ ଦିନିଅ ଅସ୍ତ୍ରବିରତି ପାଇଁ ଉଭୟଙ୍କୁ ରାଜି କରାଇପାରିଛନ୍ତି । ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଓ ଲେବାନାନ ରାଷ୍ଟ୍ରପତି ଜୋସେଫ ଆଉନଙ୍କ ମଧ୍ୟରେ କଥାବାର୍ତା କରି ଏହି ଅସ୍ତ୍ରବିରତି କରାଇବା ସହ ଏହା ଦୁଇ ଦେଶ ମଧ୍ୟରେ ଶାନ୍ତି ପ୍ରତିଷ୍ଠାର ପ୍ରଥମ ସୋପାନ ବୋଲି ଟ୍ରମ୍ପ କହିଛନ୍ତି ।
ଆମେରିକୀୟ ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓଙ୍କ ମଧ୍ୟସ୍ଥତାରେ ଏହି ଶାନ୍ତି କଥାବାର୍ତା ହୋଇଛି । ଆଗକୁ ଦୁଇ ଦେଶ ମଧ୍ୟରେ ସ୍ଥାୟୀ ଶାନ୍ତି ପ୍ରତିଷ୍ଠା ନିମନ୍ତେ ଟ୍ରମ୍ପ ତାଙ୍କ ଉପରାଷ୍ଟ୍ରପତି ଜେ.ଡି.ଭାନ୍ସ ଓ ବୈଦେଶିକ ମନ୍ତ୍ରୀ ରୁବିଓଙ୍କୁ ଦାୟିତ୍ୱ ଦେଇଛନ୍ତି ।