୫୦ବର୍ଷ ପରେ ଚନ୍ଦ୍ରକୁ ମଣିଷ ପଠାଇବାରେ ନାସାର ସଫଳତା
ଦୀର୍ଘ ୫୩ବର୍ଷ ପରେ ନାସାର ମାନବ ମିସନ ଆର୍ଟେମିସ-୨ ଚନ୍ଦ୍ରରେ ପହଂଚି ଇତିହାସ ସୃଷ୍ଟି କରିଛି । ନାସାର ଆର୍ଟେମିସ-୨ ମିସନରେ ଥିବା ଚାରିଜଣ ମହାକାଶଚାରୀ ସୋମବାର ସକାଳେ ଚନ୍ଦ୍ରର ଗୁରୁତ୍ୱାକର୍ଷଣର ପ୍ରଭାବ କ୍ଷେତ୍ରରେ ପ୍ରବେଶ କରିଥିଲେ ।
ନାସାର ଆର୍ଟେମିସ କାର୍ଯ୍ୟକ୍ରମର ପ୍ରଥମରୁ ପରୀକ୍ଷାଣ ଉଡାଣରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଂଟ । ମହାକାଶଚାରୀମାନେ ଚନ୍ଦ୍ରର ଅନ୍ଧକାରମୟ ଦୂର ପାର୍ଶରୁ ପ୍ରାୟ ୪ହଜାର ମାଇଲ ଉପରେ ଉଡିବ । ସେଠାରୁ ପୃଥିବୀ ସେମାନଙ୍କୁ ଏକ ବାସ୍କେଟବଲ ଆକାରରେ ଦେଖାଯିବ ।
ଚନ୍ଦ୍ର ଚାରି ପାଖରେ ବୁଲିବା ସମୟରେ ଚାରି ମହାକାଶଚାରୀ ପ୍ରାୟ ୪୦ମିନିଟ ଧରି ପୃଥିବୀ ସହିତ ସମ୍ପର୍କ ହରାଇବେ । ଏପ୍ରିଲ ୬ ତାରିଖରେ ନାସାର ଫ୍ଲୋରିଡାର କେନେଡି ସ୍ପେସଷ୍ଟେସନରୁ ଓରିଅନ କ୍ୟାପସୁରେ ବସି ନାସାର ମହାକାଶଚାରୀ ରିଡ ୱାଇଜମ୍ୟାନ, ଭିକ୍ଟର ଗ୍ଲୋଭର, କ୍ରିଷ୍ଟିନା କୋଚ, କାନାଡ଼ା ମହାକାଶଚାରୀ ଜେରେମି ହାନସେନ ଚନ୍ଦ୍ର ଅଭିମୁଖେ ଯାତ୍ରା କରିଥିଲେ ।
ଚାରି ମହାକାଶଚାରୀ ପୃଥିବୀ ପୃଷ୍ଠରୁ ୪,୦୬,୭୭୩ କିଲୋମିଟର ଦୂରରେ ପହଂଚି ସବୁଠାରୁ ଦୂର ମାନବ ମହାକାଶ ଯାତ୍ରାର ରେକର୍ଡ ଭାଙ୍ଗିବାକୁ ଯାଉଛନ୍ତି । ୧୯୭୦ ମସିହାରେ ଆପୋଲୋ ୧୩ ମିସନଠାରୁ ୨୫୦୦ କିମି ଅଧିକ ଆଗକୁ ଯିବାକୁ ଆର୍ଟେମିସ ଲକ୍ଷ୍ୟ ରଖିଛି ।
ଆର୍ଟେମିସ-୨ ମିସନ ଶେଷ କରିବା ପରେ ପୃଥିବୀକୁ ଫେରିଆସିବ । ପ୍ରତ୍ୟାବର୍ତନ ପାଇଁ ଏକ ପୃଥକ ଇଞ୍ଜିନ ଯୋଡ଼ିବାର ଆବଶ୍ୟକତା ନାହିଁ । ଯଦି ମିସନ ମଧ୍ୟରେ ଓରିଅନର ମୁଖ୍ୟ ପ୍ରବଲସନ ପ୍ରଣାଳୀ ସମ୍ପୂର୍ଣ୍ଣ ବିଫଳ ହୁଏ, ତଥାପି କ୍ରୁ ସୁରକ୍ଷିତ ଭାବେ ପୃଥିବୀକୁ ଫେରି ଆସିବେ ।
ଆର୍ଟେମିସ-୨ରେ ଥିବା ମହାକାଶଚାରୀମାନେ ମହାଜାଗତିକ ବିକିରଣ ସ୍ତରର ସାମନା କରିବେ । ଏହି ପରିବେଶ ପ୍ରତି କ୍ରୁଙ୍କ ଶରୀର କିପରି ପ୍ରତିକ୍ରିୟା ପ୍ରକାଶ କରୁଛି, ତାହା ଉପରେ ନଜର ରଖିବା ସମଗ୍ର ମିସନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଦିଗ ମଧ୍ୟରୁ ଗୋଟିଏ ।
ମିସନ ଶେଷରେ ଯେତେବେଳେ ଓରିଅନ ପୃଥିବୀର ବାୟୁମଣ୍ଡଳରେ ପୁନଃପ୍ରବେଶ କରିବ, ସେତେବେଳେ ଏହା ପ୍ରାୟ ଘଂଟା ପ୍ରତି ୪୦,୨୦୦ କିଲୋମିଟର ବେଗରେ ଯାତ୍ରା କରିବ, ଯାହା ପୃଥିବୀକୁ ଫେରିଥିବା ଯେକୌଣସି କ୍ରୁ ମହାକାଶଯାନ ଅପେକ୍ଷା ଦ୍ରୁତ ରହିବ ।