୨୭ରେ ନେପାଳ ପ୍ରଧାମନ୍ତ୍ରୀଙ୍କ ଶପଥ
ନେପାଳର ନବନିର୍ବାଚିତ ପ୍ରଧାନମନ୍ତ୍ରୀ ବାଲେନ୍ଦ୍ର ଶାହା ଚଳିତମାସ ୨୭ରେ ଶପଥ ଗ୍ରହଣ କରିବେ ବୋଲି ଜଣାପଡ଼ିଛି ।
ଉକ୍ତ ଦିନ ପବିତ୍ର ରାମ ନବମୀ ଉତ୍ସବ ପାଳିତ ହେବାକୁ ଥିବାରୁ ଏହାକୁ ବାଲେନ୍ଦ୍ର ଶୁଭ ମୁହୂର୍ତ ଭାବେ ବାଛି ନେଇଛନ୍ତି ।
ମାର୍ଚ ୫ରେ ନେପାଳରେ ସାଧାରଣ ନିର୍ବାଚିତ ଅନୁଷ୍ଠିତ ହୋଇଥିବାବେଳେ ବାଲେନ୍ଦ୍ରଙ୍କ ନେତୃତ୍ୱାଧୀନ ରାଷ୍ଟ୍ରୀୟ ସ୍ୱତନ୍ତ୍ର ପାର୍ଟି ସଂଖ୍ୟାଗରିଷ୍ଠତା ହାସଲ କରିଛି ।
ବାଲେନ୍ଦ୍ର ପ୍ରଧାନମନ୍ତ୍ରୀ ଦାୟିତ୍ୱ ନେବା ପରେ ନେପାଳରେ ହିନ୍ଦୁ ଧର୍ମର ପ୍ରାଧାନ୍ୟ ବୃଦ୍ଧି ପାଇବ ବୋଲି ବୁଦ୍ଧିଜୀବୀ ମହଲ ଆଶାବ୍ୟକ୍ତ କରିଛନ୍ତି ।