ଭାରତ ଆସୁଛି ସପ୍ତମ ଏଲପିଜି ଟ୍ୟାଙ୍କର
ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଘନଘଟା ଏବେବି ଥମିନି ।
ଏହାରି ମଧ୍ୟରେ ସପ୍ତମ ଭାରତୀୟ ପତାକା ଲାଗିଥିବା ଏଲପିଜି ଟ୍ୟାଙ୍କର ଗ୍ରୀନ ସାନଭି ହର୍ମୁଜ ପ୍ରଣାଳୀ ପାରି କରିବାରେ ସଫଳ ହୋଇଛି ।
ଏବେ ସପ୍ତମ ଟ୍ୟାଙ୍କର ମଧ୍ୟ ହର୍ମୁଜ ପାରି ହୋଇ ଭାରତ ମୁହାଁ ହୋଇଛି । ପୂର୍ବରୁ ଛଅଟି ଏଲପିଜି ପରିବହନକାରୀ ଜାହାଜ ହର୍ମୁଜ ପ୍ରଣାଳୀ ପାରି ହୋଇ ଭାରତୀୟ ବନ୍ଦରରେ ପହଂଚିଛନ୍ତି । ଗ୍ରୀନ ସାନଭି ଆଗକୁ ବଢ଼ିବାରେ ସଫଳ ହୋଇଥିଲେ ମଧ୍ୟ ସୁରକ୍ଷା ଦୃଷ୍ଟିରୁ ଅନ୍ୟ ଦୁଇଟି ଭାରତୀୟ ଏଲପିଜି ଟ୍ୟାଙ୍କର ଜଗ ବିକ୍ରମ ଏବଂ ଗ୍ରୀନ ଆଶା ହର୍ମୁଜ ନିକଟରେ ଫସିି ରହିଥିବା ଜଣାପଡ଼ିଛି ।
ପ୍ରାୟ ୫୮ହଜାର ୮୧୧ ମେଟ୍ରିକ ଟନ ଏଲପିଜିର ବିଶାଳ କ୍ଷମତା ସହିତ ଗ୍ରୀନ ସାନଭି ଭାରତର ଘରୋଇ ଗ୍ୟାସ ଆବଶ୍ୟକତା ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।
ତଥାପି ହର୍ମୁଜର ପଶ୍ଚିମରେ ଏବେ ବି ୧୭ଟି ଭାରତୀୟ ଜାହାଜ ଫସି ରହିଛନ୍ତି ।
ପୂର୍ବରୁ ଶିବାଲିକ, ନନ୍ଦା ଦେବୀ ଏବଂ ଜଗ ବସନ୍ତ ସମେତ ଛଅଟି ଟ୍ୟାଙ୍କର ସୁରକ୍ଷିତ ଭାବେ ଭାରତୀୟ ଉପକୂଳକୁ ପହଂଚିଛନ୍ତି, ଯାହା ଦେଶର ଏଲପିଜି ଯୋଗାଣ ଶୃଙ୍ଖଳକୁ ବଜାୟ ରଖିଛି ।