ପୁଣି କମିଲା ‘ଟଙ୍କା’ ମୂଲ୍ୟ
ମାର୍କିନ ଡଲାର ସହ ତୁଳନା କଲେ ଭାରତୀୟ ମୁଦ୍ରା ‘ଟଙ୍କା’ର ମୂଲ୍ୟରେ ପୁଣି ପତନ ଘଟିଛି ।
ପ୍ରାୟ ପ୍ରତିଦିନ ନୂତନ ଭାବେ ସର୍ବକାଳୀନ ନିମ୍ବସ୍ତରକୁ ଟଙ୍କା ପତନମୁଖୀ ହେବାକୁ ଲାଗିଛି ।
ଗୁରୁବାର ମାର୍କିନ ଡଲାର ସହ ‘ଟଙ୍କା’ର ବିନିମୟ ଦର ୦.୨ ପ୍ରତିଶତ କମ ହେବାଦ୍ୱାରା ତାହା ୯୫.୯୫୭୫କୁ ପହଂଚିଛି । ଫଳରେ ବୁଧବାର ସର୍ବକାଳୀନ ନିମ୍ନସ୍ତର ୯୫.୯୬୫୦କୁ ଅତିକ୍ରମ କରିଛି ।
ବୁଧବାର ଡଲାର ତୁଳନାରେ ‘ଟଙ୍କା’ର କ୍ଲୋଜିଂ ବିନିମୟ ଦର ଥିଲା ୯୫.୯୬୨୫ । ଚଳିତବର୍ଷ ଏପର୍ଯ୍ୟନ୍ତ ଟଙ୍କାର ମୂଲ୍ୟ ୬%ରୁ ଅଧିକ ହ୍ରାସ ପାଇଛି ।
ଜଣାପଡ଼ିଛି ଯେ କେବଳ ଚଳିତ ସପ୍ତାହରେ ‘ଟଙ୍କା’ ୧%ରୁ ଅଧିକ ପତନମୁଖୀ ହୋଇଛି ।