ଚୀନ ଗସ୍ତରେ ଜିନପିଙ୍ଗଙ୍କୁ ଭେଟିଲେ ଟ୍ରମ୍ପ
ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଐତିହାସିକ ଶିଖର ସମ୍ମିଳନୀ ପାଇଁ ବେଜିଂରେ ପହଂଚିଛନ୍ତି ।
ଗୁରୁବାର ସେ ଚୀନ ରାଷ୍ଟ୍ରପତି ସି. ଜିନପିଙ୍ଗଙ୍କୁ ଭେଟିଛନ୍ତି । ଦୁଇ ନେତାଙ୍କ ମଧ୍ୟରେ ଏକ ଦ୍ୱିପାକ୍ଷିକ ବୈଠକର ଆୟୋଜନ ହୋଇଛି ।
ବୈଠକ ସମୟରେ ଜିନପିଙ୍ଗ ଏବଂ ଟ୍ରମ୍ପ ପରସ୍ପରକୁ ପ୍ରଶଂସା କରିଛନ୍ତି । ଚୀନ ରାଷ୍ଟ୍ରପତି କହିଛନ୍ତି ଯେ ଆମେ ପ୍ରତିଦ୍ୱନ୍ଦ୍ୱୀ ନୋହୁଁ, ବରଂ ସହଯୋଗୀ ।
ଏହି ଦୃଢ଼ ସମ୍ପର୍କ ଉଭୟ ଦେଶକୁ ଲାଭଦାୟକ ହେବ । ବିଶ୍ୱକୁ ପରିବର୍ତନ କରି ଉନ୍ନତି ଆଗକୁ ନେବାରେ ସହାୟକ ହେବ ।