ପାକିସ୍ତାନରେ ୨ ଦିନିଆ ଲକଡାଉନ !
ଇରାନ ଏବଂ ଆମେରିକା-ଇସ୍ରାଏଲ ମଧ୍ୟରେ ପ୍ରାୟ ମାସେ କାଳ ଯୁଦ୍ଧର ପ୍ରଭାବ ସାରା ବିଶ୍ୱ ଉପରେ ପଡ଼ିଛି । ଏଥିରୁ ବର୍ତିପାରିନି ପାକିସ୍ତାନ ।
ପାକିସ୍ତାନରେ ୨ ଦିନିଆ ଲକଡାଉନ ହେବ ବୋଲି ସୂଚନା ମିଳିଛି ।
ଶନିବାର ଦିନ ୧୨ଟାରୁ ରବିବାର ରାତି ୧୨ଟା ପର୍ଯ୍ୟନ୍ତ କଟକଣା ରହିବ ।
ଏହି ସମୟ ମଧ୍ୟରେ ସମସ୍ତ ବଜାରହାଟ, ବ୍ୟବସାୟିକ ପ୍ରତିଷ୍ଠାନ, ରେଳପଥ, ପୋର୍ଟ ଓ ବିମାନବନ୍ଦର ବନ୍ଦ ରହିବ । ତେବେ ଏଥିପାଇଁ ପ୍ରଧାନମନ୍ତ୍ରୀ ଶେହବାଜ ସରିଫଙ୍କ ଅନୁମୋଦନକୁ ଅପେକ୍ଷା ରହିଛି ।