ଆହୁରି ୨ ଏଲପିଜି ଟ୍ୟାଙ୍କର ଭାରତ ଆସୁଛି
ମଧ୍ୟପ୍ରାଚ୍ୟରୁ ପୁଣି ଦୁଇଟି ଏଲପିଜି ଟ୍ୟାଙ୍କର ଭାରତ ଅଭିମୁଖେ ଯାତ୍ରା କରୁଥିବା ଜଣାପଡ଼ିଛି ।
ପାଇନ ଗ୍ୟାସ ଓ ଜଗ ବସନ୍ତ ନାମକ ଏହି ଦୁଇଟି ଟ୍ୟାଙ୍କର ବର୍ତମାନ ସଂଯୁକ୍ତ ଆରବ ଏମିରେଟ୍ସର ସାରଜ ନିକଟରେ ଲଙ୍ଗର ପକାଇଥିବା ଜଣାପଡ଼ିଛି ।
ଖୁବ୍ଶୀଘ୍ର ଏହି ଟ୍ୟାଙ୍କର ଦୁଇଟି ହର୍ମୁଜ ପ୍ରଣାଳୀ ଅତିକ୍ରମ କରି ଭାରତରେ ପହଂଚିବ ବୋଲି ଆଶା କରାଯାଉଛି । ଏଥିମଧ୍ୟରୁ ବିପିସିଏଲ (ଭାରତ ପେଟ୍ରୋଲିୟମ କର୍ପୋରେସନ ଲିମିଟେଡ) ପକ୍ଷରୁ ଜଗ ବସନ୍ତ ଏବଂ ଇଣ୍ଡିଆନ୍ ଅଏଲ କର୍ପୋରେସନ ପକ୍ଷରୁ ପାଇନ ଗ୍ୟାସକୁ ବୁକ୍ କରାଯାଇଛି ।
ସୂଚନାଯୋଗ୍ୟ ଯେ ମଧ୍ୟପ୍ରାଚ୍ୟ ଯୁଦ୍ଧ ପରିପ୍ରେକ୍ଷୀରେ ଇରାନ ପକ୍ଷରୁ ହର୍ମୁଜ ପ୍ରଣାଳୀକୁ ଅବରୋଧ କରାଯାଇଛି । ଫଳରେ ଶତାଧିକ ତୈଳ ଓ ଗ୍ୟାସ ବୋଝେଇ ଟ୍ୟାଙ୍କର ଏହି ପ୍ରଣାଳୀର ଉଭୟ ପାଶ୍ୱର୍ରେ ଅଟକି ରହିଛି ।
ଏଥି ମଧ୍ୟରେ ଭାରତର ୨୨ଟି ଟ୍ୟାଙ୍କର ସାମିଲ ରହିଛି । ଅବଶ୍ୟ ଇରାନ ସରକାରଙ୍କ ଅନୁମତି ମିଳିବା ପରେ ଗାରତର ତିନିଟି ଏଲପିଜି ଟ୍ୟାଙ୍କର ଇତି ମଧ୍ୟରେ ଗୁଜୁରାଟ ଉପକୂଳରେ ପହଂଚିଛି ।