ବାଣିଜ୍ୟ ରାଜିନାମାର ୯୯% ଚୂଡ଼ାନ୍ତ : ଆମେରିକା
ଭାରତ ଓ ଆମେରିକା ମଧ୍ୟରେ ଦୀର୍ଘଦିନ ଧରି ଚାଲିଥିବା ବାଣିଜ୍ୟ ଆଲୋଚନା ଚୂଡ଼ାନ୍ତ ପର୍ଯ୍ୟାୟରେ ପହଂଚିଛି ।
ଏହାର ଅଗ୍ରଗତି ସମ୍ପର୍କରେ ସୂଚନା ଦେଇ ଆମେରିକା ରାଷ୍ଟ୍ରପତି ସର୍ଗିଓ ଗୋର କହିଛନ୍ତି ଯେ ରାଜିନାମାର ୯୯% ଚୂଡ଼ାନ୍ତ ହୋଇ ସାରିଛି । ଶେଷ ୧ ପ୍ରତିଶତ ପ୍ରସଙ୍ଗ ନେଇ ଆଲୋଚନା ହେଉଛି । ସେ ନେଇ ଶୀଘ୍ର ସହମତି ହୋଇଯିବ । ସେଥିପାଇଁ ଆମେରିକୀୟ ପ୍ରତିନିଧି ନୂଆଦିଲ୍ଲୀ ଆସିଛନ୍ତି । ସେମାନେ ଗୁରୁବାର ଦିନ ବାଣିଜ୍ୟ ମନ୍ତ୍ରୀ ପୀୟୁଷ ଗୋୟଲଙ୍କୁ ଭେଟିବା କାର୍ଯ୍ୟକ୍ରମ ରହିଥିବା ଗୋର କହିଛନ୍ତି ।
ଭାରତ ସହ ବାଣିଜ୍ୟ ଆଲୋଚନା ଲମ୍ବା ସମୟ ଧରି ଚାଲିଥିବା ଅଭିଯୋଗକୁ ସେ ଖଣ୍ଡନ କରିଛନ୍ତି ।
ଭାରତ ଓ ୟୁରୋପୀୟ ସଂଘ ମଧ୍ୟରେ ରାଜିନାମା ହେବାକୁ ୧୯ବର୍ଷ ଲାଗିଥିବା ବୋଲି ସେ ମନେ ପକାଇ ଦେଇଛନ୍ତି । ସେ କହିଛନ୍ତି ଯେ ଏଭଳି ରାଜିନାମାରେ ଉଭୟ ପକ୍ଷକୁ କିଛି ନା କିଛି ଛାଡ଼ିବାକୁ ପଡ଼ିବ । ତେବେ ଯାଇ ତାହା ସମସ୍ତଙ୍କ ପାଇଁ ଲାଭଦାୟକ ହେବ ।
ଭାରତ ପାଇଁ ମୁଲଚାଲ କରୁଥିବା ଅଧିକାରୀମାନଙ୍କୁ ମଧ୍ୟ ସେ ପ୍ରଶଂସା କରିଛନ୍ତି । ଅନେକେ ଜିିନିଷ ଉପରେ ଭାରତ ଏଭଳି ସୀମାରେଖା ରଖିଛି, ଯେଉଁଥିରେ ଆମେରିକା ପ୍ରବେଶ କରିପାରୁ ନାହିଁ । ସେଥିପାଇଁ ଏହି ଆଲୋଚନା ଲମ୍ବା ହେବାରେ ଲାଗିଥିବା ଗୋର କହିଛନ୍ତି ।