ଫିଫା ବିଶ୍ୱକପ ଫୁଟବଲ ଗ୍ରୁପ ବିଭାଜନ ଓ ଟୁର୍ଣ୍ଣାମେଂଟ ସୂଚୀ
ଫିଫା ବିଶ୍ୱକପର ଚଳିତ ସଂସ୍କରଣରେ ୪୮ଟି ଦଳ ଅଂଶ ଗ୍ରହଣ କରିବେ । ବିଶ୍ୱକପ ଲିଗ ପର୍ଯ୍ୟାୟ ମ୍ୟାଚ ଜୁନ ୧୧ରୁ ୨୭ତାରିଖ ପର୍ଯ୍ୟନ୍ତ ଜାରି ରହିବ । ପରେ ଜୁନ୍ ୨୮ରୁ ଜୁଲାଇ ୩ ତାରିଖ ପର୍ଯ୍ୟନ୍ତ ରାଉଣ୍ଡ ଅଫ ୩୨ ମୁକାବିଲା ହେବ । ରାଉ୍ଣ୍ଡ ଅଫ୍ ୧୬ର ମ୍ୟାଚଗୁଡ଼ିକ ଜୁଲାଇ ୪ରୁ ୭ତାରିଖ ମଧ୍ୟରେ ଆୟୋଜନ ହେବ ।
କ୍ୱାର୍ଟର ଫାଇନାଲ ଜୁଲାଇ ୯ରୁ ୧୧, ସେମିଫାଇନାଲ ଜୁଲାଇ ୧୪ରୁ ୧୫ ଏବଂ ତୃତୀୟ ସ୍ଥାନ ପାଇଁ ଜୁଲାଇ ୧୮ରେ ମ୍ୟାଚ ଖେଳାଯିବ । ଟୁର୍ଣ୍ଣାମେଂଟରେ ମୋଟ ୧୦୪ଟି ମ୍ୟାଚ ଖେଳାଯିବ ।
ଫିଫା ବିଶ୍ୱକପ ୨୦୨୬ ଗ୍ରୁପ
• ଗ୍ରୁପ ଏ : ମେକ୍ସିକୋ, ଦକ୍ଷିଣ ଆଫ୍ରିକା, ରିପ୍ଲବିକ ଅପ୍ କୋରିଆ, ଚେକିଆ
• ଗ୍ରୁପ ବି : କାନାଡା, ବୋସ୍ନିଆ ଏବଂ ହର୍ଜେଗୋଭିନା, କତାର, ସ୍ୱିଜରଲ୍ୟାଣ୍ଡ
• ଗ୍ରୁପ ସି : ବ୍ରାଜିଲ, ମରକ୍କୋ, ହାଇତି, ସ୍କଟଲ୍ୟାଣ୍ଡ
• ଗ୍ରୁପ ଡି : ସଂଯୁକ୍ତ ରାଷ୍ଟ୍ର ଆମେରିକା, ପାରାଗୁଏ, ଅଷ୍ଟ୍ରେଲିଆ, ତୁର୍କୀ
• ଗ୍ରୁପ ଇ : ଜର୍ମାନୀ, ଇକ୍ୱାଡର, ଆଇଭରି କଷ୍ଟ, କ୍ୟୁରାକୋୟ
• ଗ୍ରୁପ ଏଫ : ନେଦରଲ୍ୟାଣ୍ଡସ, ଜାପାନ, ସ୍ୱିଡେନ, ତୁନେସିଆ
• ଗ୍ରୁପ ଜି : ବେଲଜିୟମ, ଇଜିପ୍ଟ, ଇରାନ, ନ୍ୟୁଜିଲ୍ୟାଣ୍ଡ
• ଗ୍ରୁପ ଏଚ : ସ୍ପେନ, ଉରୁଗୁଏ, ସାଉଦି ଆରବ, କେପ ଭେରଡେ
• ଗ୍ରୁପ ଆଇ : ଫ୍ରାନ୍ସ, ସେନେଗାଲ, ନରୱେ, ଇରାକ
• ଗ୍ରୁପ ଜେ : ଆର୍ଜେଂଟିନା, ଅଷ୍ଟ୍ରିଆ, ଆଲଜେରିଆ, ଜୋର୍ଡାନ
• ଗ୍ରୁପ କେ : ପର୍ତୁଗାଲ, କଲମ୍ବିଆ, ଡିଆର କଙ୍ଗୋ, ଉଜିବେକିସ୍ତାନ
• ଗ୍ରୁପ ଏଲ : ଇଂଲଣ୍ଡ, କ୍ରୋଏସିଆ, ଘାନା, ପାନାମା