ଫିଲିପାଇନ୍ସରେ ତିନିଥର ଭୂମିକମ୍ପ
ଫିଲିପାଇନ୍ସରେ ସୋମବାର ସକାଳୁ ଏକ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଛି । ମାତ୍ର ଗୋଟିଏ ଘଂଟା ମଧ୍ୟରେ ତିନିଥର କମ୍ପି ଉଠିଥିଲା ।
ଏହି ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୭.୭ ମାପ କରାଯାଇଛି ।
ଫିଲିପାଇନ୍ସ ଦ୍ୱୀପ ମିଣ୍ଡାନାଓରେ ଭୂମିକମ୍ପ ଝଟକା ଲାଗିଥିଲା । ଫଳରେ ଫିଲିପାଇନ୍ସ ଏବଂ ଇଣ୍ଡୋନେସିଆର କିଛି ଅଂଚଳରେ ସୁନାମି ସତର୍କତା ଜାରି କରାଯାଇଛି ।
ନ୍ୟାସନାଲ ସେଂଟର ଫର ସିସମୋଲୋଜି ଅନୁଯାୟୀ ଫିଲିପାଇନ୍ସରେ ଗୋଟିଏ ଘଂଟା ମଧ୍ୟରେ ତିନିଟି ଭୂମିକମ୍ପ ଅନୁଭୂତ ହୋଇଥିଲା । ପ୍ରଥମ ଭୂମିକମ୍ପ ଭୋର ୫ଟା ୭ମିନିଟରେ ହୋଇଥିବାବେଳେ ଏହାର ତୀବ୍ରତା ରିକ୍ଟର ସେଲରେ ୭,୭ ଥିଲା ।
ସେହିପରି ଦ୍ୱିତୀୟ ଭୂମିକମ୍ପ ସକାଳ ୫ଟା ୧୮ମିନିଟରେ ହୋଇଥିଲା, ଯାହାର ତୀବ୍ରତ ୬.୪ ରିକ୍ଟର ସ୍କେଲ ଥିଲା ।
ତୃତୀୟ ଭୂମିକମ୍ପ ସକାଳ ୬ଟା ୨୫ମିନିଟରେ ହୋଇଥିଲା ଏବଂ ଏହାର ତୀବ୍ରତା ୬.୬ ରିକ୍ଟର ସ୍କେଲ ଥିଲା । ଅଲ ଜାଜିରାର ରିପୋର୍ଟ ଅନୁଯାୟୀ ଜଣାପଡ଼ିଛି ଯେ ଫିଲିପାଇନ୍ସ ନିକଟରେ ହୋଇଥିବା ଭୂମିକମ୍ପ ପରେ ଜାପାନ ଏହାର ପ୍ରଶାନ୍ତ ମହାସାଗର ଉପକୂଳର କିଛି ଅଂଶ ପାଇଁ ସୁନାମି ଚେତାବନୀ ଜାରି କରିଛି ।
ପାଣିପାଗ ବିଭାଗ ଆକଳନ କରିଛି ଯେ ଜାପାନର କିଛି ଅଂଚଳରେ ଏକ ମିଟର ଉଚ୍ଚତା ପର୍ଯ୍ୟନ୍ତ ଲହଡି ଉଠିପାରେ ।