ଚୀନ ମୁହାଁ ଟାଇଫୁନ ‘ଡଲଫିନ’
ସୋମବାର ସକାଳେ ଲ୍ୟାଣ୍ଡଫଲ୍
ଚୀନ ମୁହାଁ ହୋଇସାରିଛି ଟାଇଫୁନ ‘ଡଲଫିନ’ ।
ରବିବାର ବିଳମ୍ବିତ ରାତିରେ ଏହା ଚୀନ ମୁହାଁ ହୋଇସାରିଥବାବେଳେ ସୋମବାର ସକାଳେ ଲ୍ୟାଣ୍ଡଫଲ କରିବ ।
ଏହା ଚୀନର ଜେଜିଆଙ୍ଗ-ଫୁଜିଆନ ପ୍ରଦେଶ ମଧ୍ୟରେ ଲ୍ୟାଣ୍ଡଫଲ କରିବାର ଅନୁମାନ କରାଯାଉଛି ।
ଏହି ସମୟରେ ପବନର ବେଗ ଘଂଟା ପ୍ରତି ୧୫୦ରୁ ୧୬୨ କି.ମି. ରହିବ ବୋଲି ଆଶଙ୍କା କରାଯାଉଛି ।
ଏହାକୁ ଦୃଷ୍ଟିରେ ରଖି ସାଂଘାଇ, ଜେଜିଆଙ୍ଗ ଏବଂ ଫୁଜିଆନ ଅଂଚଳରେ ଚୀନ ସରକାର କଟକଣା ଲଗାଇଛନ୍ତି ।
ସୂଚନାଥାଉ କି, ଏଥିପୂର୍ବରୁ ଏହି ଘୂର୍ଣ୍ଣିଝଡ଼ ଡଲଫିନ ଜାପାନର ଓକିନାୱାରେ ବ୍ୟାପକ କ୍ଷୟକ୍ଷତି ଘଟାଇ ସାରିଛି ।
ରବିବାର ଏହି ଘୂର୍ଣ୍ଣିଝଡ଼ ସୃଷ୍ଟି ହୋଇଥିବାବେଳେ ସୋମବାର ସକାଳେ ଲ୍ୟାଣ୍ଡଫଲ କରିବ ।
ଏଥିପାଇଁ ସାଂଘାଇ, ଜେିଆଙ୍ଗ ଓ ଫୁଜିଆନ ଅଂଚଳରେ ହାଇୱେ, ପୋର୍ଟ ଓ ସମସ୍ତ ସାମୁଦ୍ରିକ ପରିହନ ଠପ୍ ହୋଇଯାଇଛି ।
ଏଥିସହ ସାଂଘାଇର ୨ ମୁଖ୍ୟ ବିମାନବନ୍ଦରରୁ ପ୍ରାୟ ୧୩ଶହ ଫ୍ଲାଇଟ ବାତିଲ ହୋଇଯାଇଛି ।








