ପ୍ରଳୟ ଆଣିବ ମହାବାତ୍ୟା ‘ପୋଲୋ’
ଜଳବାୟୁ ପରିବର୍ତନର କରାଳ ରୂପ
ଇତିମଧ୍ୟରେ ପୃଥିବୀର ଜଳବାୟୁରେ ଢେର ପରିବର୍ତନ ଆସିସାରିଛି । ଏହାର କାରଣ ହେଉଛି ଜଙ୍ଗଲ ସଫା ସହିତ କଂକ୍ରିଟର ଘରଦ୍ୱାର ନିର୍ମାଣ, ଘନ ଘନ ସମୁଦ୍ର ତଳେ କ୍ଷପଣାସ୍ତ୍ର ପରୀକ୍ଷା । ଏହାର କୂପରିଣାମ ଭୋଗୁଛନ୍ତି ବିଶ୍ୱବାସୀ ।
ଏହି ମର୍ମରେ ମଙ୍ଗଳବାର ସେପ୍ଟେମ୍ବର ୨୩ ତାରିଖ ମେକ୍ସିକୋ ପାଇଁ ଏକ ସଙ୍କଟର ଦିନ ପାଲଟିଛି । କାରଣ ସାଟେଲାଇଟ ପଠାଇଥିବା ମହାବାତ୍ୟା ‘ପୋଲୋ’ର ଭୟଙ୍କର ରୂପ ଓ ବିପଜ୍ଜନକ ଆଖି ଏବେଠାରୁ ସମସ୍ତଙ୍କୁ ଆତଙ୍କିତ କରିସାରିଛି ।
ଏହି ମହାବାତ୍ୟା ‘ପୋଲୋ’ ସିଧାସଳଖ ସ୍ଥଳଭାଗ ଛୁଇଁବାର ସମ୍ଭାବନା କମ । ଏହାକୁ ନେଇ ଆଲର୍ଟରେ ରହିଛି ମେକ୍ସିକୋ ପ୍ରଶାସନ ଓ ଉପକୂଳଅଂଚଳବାସୀଙ୍କୁ । ସତର୍କ କରାଇଛି ।
ଅନ୍ୟପଟେ ପ୍ରଶାନ୍ତ ମହାସାଗର ଅତ୍ୟନ୍ତ ଉତପ୍ତ ହେବା ସହ ଏଥିରୁ ସୃଷ୍ଟ ଏଲ ନିନୋ ଏହାର ପ୍ରମୁଖ କାରଣ ବୋଲି ପରିବେଶବିତ୍ମାନେ ଉଦବେଗ ପ୍ରକାଶ କରିଛନ୍ତି ।
ମାତ୍ର ୨୪ ଘଂଟାର ଟ୍ରପଲାଇନ୍ ନେଇସାରିଛି ‘ମହାବାତ୍ୟା’ର ରୂପ । ଏବେ ଏହା ବିରଳ କ୍ୟାଟେଗୋରୀ-୫ର କରାଳ ରୂପ ଧାରଣ କରିସାରିଛି ।








