ଇରାନ ମିସାଇଲ ଘାଟିରେ ବୋମାମାଡ଼
୫୦୦୦ ପାଉଣ୍ଡର ବଙ୍କର-ବଷ୍ଟର ବୋମାମାଡ଼
ଇରାନ ଉପରେ ଆମେରିକାର ଆକ୍ରମଣ ଜାରି ରହିଛି । ୫ହଜାର ପାଉଣ୍ଡର ବଙ୍କର-ବଷ୍ଟର ବୋମା ମାଡ଼ ହୋଇଛି । ଫଳରେ ବଙ୍କର-ବଷ୍ଟର ବୋମା ମାଡ଼ରେ ମିସାଇଲ୍ ଘାଟି ସମ୍ପୂର୍ଣ୍ଣ ଭାବେ ଧ୍ୱଂସ ହୋଇଯିବା ସହ ହର୍ମୁଜ ପ୍ରଣାଳୀ ନିକଟରେ ଇରାନର ଘାଟି ଛିନ୍ନଭିନ୍ନ ହୋଇଯାଇଛି ।
ଇରାନର ଦକ୍ଷିଣ ଉପକୂଳରେ ଥିବା ଶକ୍ତିଶାଳୀ ମିସାଇଲ୍ ଘାଟିଗୁଡ଼ିକ ଉପରେ ପ୍ରଚଣ୍ଡ ଆକ୍ରମଣ କରିଥିବା ଆମେରିକା ସେନା ପକ୍ଷରୁ କୁହାଯାଇଛି ।
ଷ୍ଟ୍ରେଟ ଅଫ୍ ହର୍ମୁଜ ଦେଇ ବିଶ୍ୱର ପ୍ରାୟ ୨୦ ପ୍ରତିଶତ ତେଲ ପରିବହନ ହୋଇଥାଏ । ଇରାନ ଏହି ପଥକୁ ବନ୍ଦ କରିବାକୁ ଚେଷ୍ଟା କରିବା ସହ ନିଜର ଆଂଟି-ସିପ୍ ମିସାଇଲ ମୁତୟନ କରିଥିବାରୁ ଆମେରିକ ଏଭଳି ପଦକ୍ଷେପ ନେଇଛି । ଏହି ଆକ୍ରମଣରେ ଆମେରିକା ୫ହଜାର ପାଉଣ୍ଡ ଓଜନର ଡିପ୍ ପେନିଟ୍ରେଟର ବା ବଙ୍କର-ବଷ୍ଟର ବୋମା ବ୍ୟବହାର କରିଥିଲା ।
ଏହି ଯୁଦ୍ଧ ଯୋଗୁଁ ବିଶ୍ୱ ବଜାରରେ ପେଟ୍ରୋଲ, ଡିଜେଲ ଦର ବଢ଼ିବାର ଆଶଙ୍କା ଦେଖାଦେଇଛି । ସେପଟେ ଇରାନ ଏହାକୁ ନିଜ ଦେଶ ଉପରେ ଆକ୍ରମଣ ବୋଲି କହିଛି ଏବଂ ପ୍ରତିଶୋଧ ନେବାକୁ ଧମକ ଦେଇଛି ।
ଚୀନ ଏବଂ ରୁଷ ଏହି ଆକ୍ରମଣ ପାଇଁ ଆମେରିକାକୁ ସମାଲୋଚନା କରିଥିବାବେଳେ ସାଉଦି ଆରବ ଭଳି ଦେଶଗୁଡ଼ିକ ସମୁଦ୍ର ପଥକୁ ସୁରକ୍ଷିତ ରଖିବା ପାଇଁ ଏହାକୁ ସମର୍ଥନ କରୁଥିବା ପରିଲକ୍ଷିତ ହୁଏ ।
ଅନ୍ୟପକ୍ଷରେ ଆମେରିକାର ସ୍ପଷ୍ଟ ବକ୍ତବ୍ୟ ଯେ ଯଦି ଇରାନ ସାମୁଦ୍ରିକ ଜାହାଜ ଚଳାଚଳରେ ବାଧା ସୃଷ୍ଟି କରେ, ତେବେ ଏଭଳି ଆହୁରି ଆକ୍ରମଣ ଜାରି ରହିବ ।