ଫସି ଯାଇଛନ୍ତି ଟ୍ରମ୍ପ!
ସିଆଇଏ ପୂର୍ବତନ ନିର୍ଦେଶକଙ୍କ କଟାକ୍ଷ
ବାରମ୍ବାର ଧମକ ଦିଆଯାଉଛି, ଅଥଚ ଇରାନକୁ ହାତମୁଠାକୁ ଆଣିପାରୁ ନାହାଁନ୍ତି ଆମେରିକା ପ୍ରେସିଡେଂଟ ଡୋନାଲ୍ଡ ଟ୍ରମ୍ପ ।
ଟ୍ରମ୍ପଙ୍କ ଏଭଳି ଅବସ୍ଥାକୁ ଦେଖି ସିଆଇଏର ପୂର୍ବତନ ଡିରେକ୍ଟର (ନିର୍ଦେଶକ) ଲିଏନ ପାଟେନା କଟାକ୍ଷ କରିଥିବା ପରିଲକ୍ଷିତ ହୋଇଛି । ରବିବାର ସେ ସିଧାସଳଖ କହିଥିଲେ ଯେ ଇରାନ ନିକଟରେ ଟ୍ରମ୍ପ ସମ୍ଭବତଃ ଫସି ଯାଇଛନ୍ତି ।
ଗାର୍ଡିୟାନର ଏକ ସାକ୍ଷାତକାରରେ ସେ କହିଛନ୍ତି ଯେ ପଶ୍ଚିମ ଏସିଆର ସଂକଟକୁ ଖୋଦ୍ ଟ୍ରମ୍ପ ସମ୍ପୂର୍ଣ୍ଣ ତିଆରି କରିଛନ୍ତି । ତେଣୁ ଯେଉଁ ସମସ୍ୟାମାନ ହେଉଛି ତାହା ସମ୍ପୂର୍ଣ୍ଣ ତାଙ୍କର । ଯୁଦ୍ଧ ଆରମ୍ଭ ପରଠୁ ହର୍ମୁଜ ପ୍ରଣାଳୀ ବନ୍ଦ ରହିଛି, ଯାହାକି ହବାର ଥିଲା ବୋଲି ସେ ମନେ କରୁଛନ୍ତି ।
ସେ ଆଶ୍ଚର୍ଯ୍ୟ ପ୍ରକାଶ କରି କହିଛନ୍ତି ଯେ ଅସୁବିଧାରେ ପଡ଼ିଲେ ହର୍ମୁଜ ପ୍ରଣାଳୀକୁ ଯେ ବନ୍ଦ କରିଦେବ ତାହା ଇରାନ ପାଇଁ କିଛି ଆଶ୍ଚର୍ଯ୍ୟର ବିଷୟ ନୁହେଁ । ଯାହାକି ସମସ୍ତେ ବୁଝିପାରୁଛନ୍ତି । ଏ କ୍ଷେତ୍ରରେ ଟ୍ରମ୍ପ କିପରି କିଛି ବୁଝିପାରୁ ନାହାଁନ୍ତି ତାହା ହିଁ ଆଶ୍ଚର୍ଯ୍ୟ ଲାଗୁଛି ।
ତେବେ ଯେଉଁ ଯୁଦ୍ଧ ଜାରି ରହିଛି, ସେଥିରେ ହୁଏତ ଇରାନ ଦୁର୍ବଳ ହୋଇ ନଥିବା ପରିଲକ୍ଷିତ ହେଉଛି । ବରଂ ଆହୁରି ଶକ୍ତିଶାଳୀ ହୋଇଉଠିଛି ।
ଖାମେନେଇଙ୍କ ମୃତ୍ୟୁ ପରେ ମୋଜତାବା ଖାମେନେଇ ଆହୁରି ପ୍ରତିକ୍ରିୟାଶୀଳ ହୋଇ ଉଠିଛି । ଯାହାକୁ ନେଇ ଖୋଦ ଆମେରିକା ସଂପ୍ରତି ଉଦ୍ବେଗ ପ୍ରକାଶ କରୁଛି । ତେବେ ଯୁଦ୍ଦ ପରିସ୍ଥିତି ଯାହା ସେଥିରେ ଟ୍ରମ୍ପଙ୍କୁ ଖସିଯିବାର ଅବକାଶ ହୁଏତ ଇରାନ ଦେବ ନାହିଁ ।
କାରଣ ଯଦି ଯୁଦ୍ଧରୁ ଆମେରିକା ଖସି ଆସେ ତେବେ ତାକୁ ସମସ୍ତେ ପରାଜିତ ବୋଲି କହିବେ ।
ଏହି କ୍ଷେତ୍ରରେ ପଡ଼ୋଶୀ ଦେଶଗୁଡ଼ିକ ସହ ଟ୍ରମ୍ପଙ୍କ ଯୋଗାଯୋଗରେ ଅଭାବ ରହିଛି ବୋଲି ସେ ଉଲ୍ଲେଖ କରିଛନ୍ତି ।