ଏପ୍ରିଲ୍ ୯ ସୁଦ୍ଧା ସରିବ ଯୁଦ୍ଧ!
ଦୀର୍ଘଦିନ ମଧ୍ୟପ୍ରାଚ୍ୟ ଯୁଦ୍ଧ ଲାଗିରହିବାଦ୍ୱାରା ବହୁ ଦେଶ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହୋଇଛି । ବିଭିନ୍ନ ଦେଶରେ ତୈଳ, ଗ୍ୟାସ ଦର ମଧ୍ୟ ବୃଦ୍ଧି ପାଇଛି ।
ଯାହାକୁ ନେଇ ଅନେକେ ହଟହଟାର ସମ୍ମୁଖୀନ ହେଉଛନ୍ତି । ତେଣୁ ଏହାକୁ ଗୁରୁତ୍ୱ ଦେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଯୁଦ୍ଧ ଶେଷ ହେବା ନେଇ ତତ୍ପରତା ପ୍ରକାଶ କରିଥିବା ପରିଲକ୍ଷିତ ହୋଇଛି ।
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏପ୍ରିଲ୍ ୯ତାରିଖ ସୁଦ୍ଧା ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ଯୁଦ୍ଧ ଶେଷ କରିବାକୁ ଲକ୍ଷ୍ୟ ରଖିଛନ୍ତି ।
ଟ୍ରମ୍ପ ବିଦେଶୀ ଯୁଦ୍ଧରେ ଆମେରିକୀୟ ସଂପୃକ୍ତିକୁ ହ୍ରାସ କରିବାକୁ ଚାହୁଁଛନ୍ତି । ଏହି ଦିଗରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେବା ଆରମ୍ଭ କରିଛନ୍ତି । ଟ୍ରମ୍ପ ଦାବି କରିଛନ୍ତି ଯେ ଇରାନ ସହିତ ଆଲୋଚନା ସକରାତ୍ମକ ଭାବେ ଆଗକୁ ବଢ଼ୁଛି, ପ୍ରାୟ ୧୫ଟି ପ୍ରସଙ୍ଗରେ ଚୁକ୍ତିନାମା ହୋଇଛି ।
ଟ୍ରମ୍ପ ସ୍ପଷ୍ଟ କରିଛନ୍ତି ଯେ ଇରାନ ଏଥର ପ୍ରକୃତରେ ଗମ୍ଭୀ ହୋଇଛି ଓ ସେମାନେ ଶାନ୍ତି ଚାହାଁନ୍ତି । ଆମ୍ଭେ ସେମାନଙ୍କୁ ସେଥିପାଇଁ ପାଂଚଦିନ ସମୟ ଦେବୁ ।
ତୁର୍କୀ, ଇଜିପ୍ଟ ଏବଂ ପାକିସ୍ତାନର ପ୍ରତିନିଧିମାନେ ହ୍ୱାଇଟ୍ ହାଉସର ଦୂତ ଷ୍ଟିଭ୍ ୱିଟକଫଙ୍କ ସହିତ ସାକ୍ଷାତ କରିଥିଲେ । ପାକିସ୍ତାନ ସେନା ମୁଖ୍ୟ ଫିଲ୍ଡ ମାର୍ଶଲ ଅସୀମ ମୁନିର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଟେଲିଫୋନରେ ବିସ୍ତୁତ ଭାବେ ଆଲୋଚନା କରିଛନ୍ତି ।
ପାକିସ୍ତାନ ଏହି ସଂକଟରେ ଏକ ପ୍ରମୁଖ ମଧ୍ୟସ୍ଥତା କରୁଛି । ତୁର୍କୀ ଏବଂ ଇଜିପ୍ଟ ମଧ୍ୟ ବାର୍ତାବାହକର ଭୂମିକା ଗ୍ରହଣ କରୁଛନ୍ତି ।
ଯଦିଓ ଇରାନ ପ୍ରଥମେ ଆଲୋଚନାକୁ ମନା କରିଥିଲା, ପରେ ଏହା ସ୍ୱୀକାର କରିଛି ଯେ ଦୁଇ ଦେଶ ମଧ୍ୟରେ ଆଲୋଚନା ହେଉ ଏବଂ ଏହା ଯେପରି ତୁରନ୍ତ ସଫଳ ରୂପ ଗ୍ରହଣ କରେ ସେଥିପ୍ରତି ଗୁରୁତ୍ୱ ଦିଆଯାଉ ।