ଯୁଦ୍ଧସ୍ଥିତି ନେଇ ମୋଦୀ ଓ ଟ୍ରମ୍ପଙ୍କ ବାର୍ତାଳାପ
ଏପ୍ରିଲ୍ ୯ ସୁଦ୍ଧା ଯେପରି ମଧ୍ୟପ୍ରାଚ୍ୟ ଯୁଦ୍ଧର ଅବସାନ ଘଟେ ସେଥିପାଇଁ ପାକିସ୍ତାନଠାରେ ବିଶେଷ ବୈଠକ କରାଯିବାର ପ୍ରସ୍ତୁତି ଚାଲିଥିବାବେଳେ ବୁଧବାର ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଆମେରିକା ପ୍ରେସିଡେଂଟ ଡୋନାଲ୍ଡ ଟ୍ରମ୍ପ ମଧ୍ୟରେ ଫୋନ୍ରେ ବାର୍ତାଳାପ ହୋଇଥିବା ଜଣାପଡ଼ିଛି ।
ଉଭୟ ନେତା ଆଂଚଳିକ ସ୍ଥିରତା ବଜାୟ ରଖିବା ଏବଂ ବିଶ୍ୱ ଶକ୍ତି ଯୋଗାଣର ସୁରକ୍ଷା ସୁନିଶ୍ଚିତ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି ।
ଫେବୃଆରୀ ୨୮ରେ ସଂଘର୍ଷ ଆରମ୍ଭ ହେବା ପରେ ଏହି ଦୁଇ ନେତାଙ୍କ ମଧ୍ୟରେ ପ୍ରଥମେ ଆଲୋଚନା ହୋଇଛି । ଭାରତରେ ଅବସ୍ଥାପିତ ଆମେରିକୀୟ ରାଷ୍ଟ୍ରଦୂତ ସର୍ଗିଓ ଗୋର ଏକ୍ସରେ ପୋଷ୍ଟ କରିଛନ୍ତି, ଯେଉଁଥିରେ ଉଲ୍ଲେଖ କରାଯାଇଥିଲା ଯେ ଦୁଇ ନେତା ଯୁଦ୍ଧ ଏବଂ ହର୍ମୁଜ ପ୍ରଣାଳୀକୁ ଖୋଲା ରଖିବା ଆବଶ୍ୟକ ।
ଆମେରିକୀୟ ରାଷ୍ଟ୍ରଦୂତ ସର୍ଗିଓ ଗୋର ଆହୁରି ଉଲ୍ଲେଖ କରିଛନ୍ତି ଯେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବର୍ତମାନ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଆଲୋଚନା କରିଛନ୍ତି, ଏବଂ ହର୍ମୁଜ ପ୍ରଣାଳୀକୁ ପୁନର୍ବାର ଖୋଲାଯିବା ପାଇଁ ଦିଆଯାଇଥିବା ସମୟସୀମାକୁ ବୃଦ୍ଧି କରିଛନ୍ତି ।
ସେ ଏହା ମଧ୍ୟ ଉଲ୍ଲେଖ କରିଥିଲେ ଯେ ଇରାନର ଶକ୍ତି ଭିତିଭୂମି ଉପରେ ଏକ ସମ୍ଭାବ୍ୟ ଆକ୍ରମଣକୁ ପାଂଚଦିନ ପାଇଁ ସ୍ଥଗିତ ରଖାଯାଇଛି ।