ଟ୍ରମ୍ପଙ୍କ ୧୫ ସୂତ୍ରୀ ସର୍ତ ଜବାବରେ ଇରାନର ୭ ଦାବି
ମଧ୍ୟପ୍ରାଚ୍ୟରେ ଦୀର୍ଘ ୨୫ ଦିନ ଧରି ଇରାନ ଏବଂ ଆମେରିକା-ଇସ୍ରାଏଲ ମଧ୍ୟରେ ଚାଲିଥିବା ଭୟଙ୍କର ଯୁ୍ଦ୍ଧରେ ଏବେ ଥକିସାରିଲେଣି ଟ୍ରମ୍ପ । ଏଣୁ ଗତ ସୋମବାର ସେ ନିଜ ଆଡ଼ୁ ୫ ଦିନିଆ ଯୁଦ୍ଧ ବିରତି ଘୋଷଣା କରିଥିଲେ । କିନ୍ତୁ ଏହାକୁ ନା’ ମାନିଲା ଇସ୍ରାଏଲ ନା’ ଖାତିର କଲା ଇରାନ । ଗତ ମଙ୍ଗଳବାର ଠାରୁ ଏଯାବତ ଉଭୟ ଇସ୍ରାଏଲ ଓ ଇରାନ ପରସ୍ପର ଉପରକୁ ଭୟଙ୍କର ଭାବେ ଆକ୍ରମଣ ଜାରି ରଖିଛନ୍ତି । ଯାହାକୁ ନେଇ ଟ୍ରମ୍ପ ଚିନ୍ତିତ ।
ତେବେ ଯୁଦ୍ଧ ବନ୍ଦ ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପାକିସ୍ତାନର ମଧ୍ୟସ୍ଥତା ଜରିଆରେ ୧୫ ସୂତ୍ରୀ ସର୍ତ ରଖିଛନ୍ତି ।
ତଦନୁଯାୟୀ (୧) ଇରାନ ତା’ର ସମସ୍ତ ପରମାଣବିକ କାର୍ଯ୍ୟକ୍ରମକୁ ସ୍ଥଗିତ ରଖିବ ।
(୨) ଇରାନ ତା’ ନିକଟରେ କୌଣସି ପରମାଣୁ ଅସ୍ତ୍ରଶସ୍ତ୍ର ରଖିବ ନାର୍ହି କିମ୍ବା ଭବିଷ୍ୟତରେ କୌଣସି ପରମାଣୁ ଅସ୍ତ୍ରଶସ୍ତ ବନାଇବ ନାର୍ହି ।
(୩) ଇରାନରେ କୌଣସି ୟୁରାନିୟମ ଏନରିକମେଂଟ ରଖିପାରିବ ନାହିଁ ।
(୪) ଇରାନ ତା’ପାଖରେ ଲୁଚାଇ ରଖିିଥିବା ୪୫୦ କିଲୋଗ୍ରାମ ୟୁରାନିୟମର ୬୦ ପ୍ରତିଶତ ୟୁରାନିୟମକୁ ଏକ ଧାର୍ଯ୍ୟ ସମୟ ସୀମା ମଧରେ ଅନ୍ତର୍ଜାତୀୟ ପରମାଣୁ ଊର୍ଜା ଏଜେନ୍ସି ହାତରେ ଦେଇଦେବ ।
(୫) ନତାଂଜ, ଇଶଫହାନ ଏବଂ ଫୋର୍ଡୋ ପରମାଣୁ କେନ୍ଦ୍ରଗୁଡ଼ିକୁ ଇରାନ ନିଜେ ନଷ୍ଟ କରିଦେବ ଏବଂ ଜାତିସଂଘ ଦ୍ୱାରା ଗଠିତ ପରମାଣୁ ତଦାରଖ ଏଜେନ୍ସି ଆଇଏଇଏକୁ ଇରାନ ତା’ର ପରମାଣୁ କେନ୍ଦ୍ର ଭିତରକୁ ଯାଇ ଯାଂଚ କରିବାକୁ ଅନୁମତି ଦେବ ।
(୬) ଇରାନ ତା’ର କ୍ଷତ୍ରିୟ କାର୍ଯ୍ୟକ୍ରମ ‘ପାରାଡିଜିମ’କୁ ଅନିର୍ଦିଷ୍ଟ କାଳ ପାଇଁ ବନ୍ଦ ରଖିବ ।
(୭) ମଧ୍ୟପ୍ରାଚ୍ୟର ବିଭିନ୍ନ ଆତଙ୍କୀ ସଂଗଠନକୁ ଇରାନ ଅର୍ଥ ଯୋଗାଣ, ସାମରିକ ସହାୟତା ଓ ତାଲିମ ଦେବା ବନ୍ଦ କରିବ ।
(୮) ଷ୍ଟ୍ରେଟ୍ ଅଫ୍ ହର୍ମୁଜକୁ ସମସ୍ତଙ୍କ ପାଇଁ ମୁକୁଳା କରିବା ସହ ସବୁ ଦେଶଙ୍କ ପଣ୍ୟଜାହାଜକୁ ସେହି ରାସ୍ତା ଦେଇ ଯିବାକୁ ଇରାନ ଅନୁମତି ଦେବ ।
(୯) ଇରାନ ତ’ର ମିସାଇଲ କାର୍ଯ୍ୟକ୍ରମକୁ ସୀମିତ କରିବା ସହ ଏ ସଂକ୍ରାନ୍ତରେ ସଂଯମତା ରକ୍ଷା କରି ମିସାଇଲର ମାରକ କ୍ଷମତାକୁ ହ୍ରାସ କରିବ ।
(୧୦) କେବଳ ନିଜର ଆତ୍ମରକ୍ଷା ପାଇଁ ଇରାନ କ୍ଷେପଣାସ୍ତ୍ର ନିର୍ମାଣ କରିପାରିବ ।
ଅନ୍ୟପଟେ ଇରାନ ମଧ୍ୟ ଟ୍ରମ୍ପଙ୍କ ୧୫ ସୂତ୍ରୀ ସର୍ତ ଜବାବରେ ଇରାନ ତା’ର ୭ ଦଫା ଦାବି ରଖିଛି ।
ଇରାନ ସର୍ତ ରଖିଛି ଯେ, ମଧ୍ୟପ୍ରାଚ୍ୟରୁ ଆମେରିକା ତା’ର ସମସ୍ତ ସୈନ୍ୟଘାଟି ଉଠାଇନେବ ।
(୨) ଇରାନ ଉପରେ ଲଗାଇଥିବା ଉଭୟ ଆର୍ଥିକ ଓ କୂଟନୈତିକ କଟକଣା ହଟାଇବ ।
(୩) ଏହି ଯୁଦ୍ଧରେ ଇରାନର ହୋଇଥିବା ବ୍ୟାପକ କ୍ଷୟକ୍ଷତିର ଭରଣା କରିବା ଆମେରିକା ।
(୪) ହିଜବୁଲ୍ଲା ସଂଗଠନ ଉପରେ ଇସ୍ରାଏଲ ତା’ର ଆକ୍ରମଣ ବନ୍ଦ ରଖିବା ଭଳି ସର୍ତଗୁଡ଼ିକ ରହିଛି ।