ଇଟାଲୀରେ ଦୁଇ ଭାରତୀୟଙ୍କୁ ଗୁଳି କରି ହତ୍ୟା
ଇଟାଲୀର ଏକ ଗୁରୁଦ୍ୱାର ବାହାରେ ଦୁଇଜଣ ଭାରତୀୟଙ୍କୁ ଗୁଳିକରି ହତ୍ୟା କରାଯାଇଛି ।
ଅଭିଯୁକ୍ତ ଯିଏକି ଜଣେ ଭାରତୀୟ ବୋଲି ବିଶ୍ୱାସ କରାଯାଉଛି ।
ଉଭୟଙ୍କୁ ଗୁଳି କରିବା ପରେ ଦୁର୍ବୃତ ଫେରାର ହୋଇଯାଇଛି । ବର୍ଗାମୋ ସହରକୁ ସିଲ କରାଯାଇଛି ।
ଆକ୍ରମଣକାରୀଙ୍କୁ ଖୋଜିବା ପାଇଁ ସର୍ଚ୍ଚ ଅପରେସନ ଚାଲିଛି । ହଠାତ୍ ଗୁଳି ଚାଳନା ଯୋଗୁଁ ସହରରେ ଆତଙ୍କର ପରିବେଶ ସୃଷ୍ଟି ହୋଇଛି । ଗୁଳି ଚାଳନା ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଂଚି ଉଭୟ ମୃତଦେହକୁ ଜବତ କରି ଶବବ୍ୟବଚ୍ଛେଦ ପାଇଁ ପଠାଇଥିଲା ।
ସିସିଟିଭି କ୍ୟାମେରା ଯାଂଚ କରିବା ପରେ ଜଣାପଡ଼ିଥିଲା ଯେ ଗୁଳି ଚଳାଇବା ପରେ ଆକ୍ରମଣକାରୀ ଫେରାର ହୋଇଯାଇଥିଲା ।
ମୃତକ ଉଭୟ ଭାରତୀୟ ଶିଖ ସମ୍ପ୍ରଦାୟ ବୋଲି ଜଣାପଡ଼ିଛି । ଦୁଇ ଭାରତୀୟଙ୍କ ନାମ ରାଜିନ୍ଦର ସିଂହ ଓ ଗୁରୁମିତ ସିଂହ ।