ସଭାପତି ପଦରୁ ହଟିଲେ ଶାମି ସିଲଭା
ଶ୍ରୀଲଙ୍କା କ୍ରିକେଟ ଏବେ ସରକାରଙ୍କ ନିୟନ୍ତ୍ରଣରେ ।
ରାଷ୍ଟ୍ରପତି ଅନୁରା କୁମାରା ଦିସାନାୟକେଙ୍କ ଅନୁରୋଧ ପରେ ଶ୍ରୀଲଙ୍କା କ୍ରିକେଟ (ଏସଏଲସି) ମୁଖ୍ୟ ଶାମି ସିଲଭା ଓ କାର୍ଯ୍ୟକାରୀ କମିଟିର ସଦସ୍ୟମାନେ ଏକ ସ୍ୱତନ୍ତ୍ର ବୈଠକରେ ସେମାନଙ୍କ ପଦରୁ ବୁଧବାର ଇସ୍ତଫା ଦେଇଛନ୍ତି ।
ତିନି ଘଂଟା ଧରି ଚାଲିଥିବା ବୈଠକରେ ଖୁବ ବିଚାରବିମର୍ଶ ପରେ ଏହି ନିଷ୍ପତି ନିଆଯାଇଛି । ସିଲଭାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକ ପରେ କାର୍ଯ୍ୟକାରୀ କମିଟିର ସଦସ୍ୟମାନେ କ୍ରୀଡ଼ାମନ୍ତ୍ରୀ ସୁନୀଲ କୁମାର ଗାମେଜଙ୍କୁ ଇସ୍ତଫାପତ୍ର ପଠାଇଛନ୍ତି ।
ଅନ୍ତର୍ଜାତୀୟ କ୍ରିକେଟରେ ଶ୍ରୀଲଙ୍କା ଦଳର ଖରାପ ଦ୍ରର୍ଶନ ଓ ଖେଳାଳିମାନଙ୍କଠାରୁ ଅଭେିଯାଗ କାରଣରୁ ଗତ ମାର୍ଚରୁ ସିଲଭାଙ୍କୁ ହଟାଇବାକୁ ଶ୍ରୀଲଙ୍କା ସରକାର ଚାହୁଁଥିଲେ ।
ଅନ୍ତରୀଣ ଭାବେ ଶ୍ରୀଲଙ୍କା କ୍ରିକେଟର ଦୈନନ୍ଦିନ କାର୍ଯ୍ୟକଳାପ ପରିଚାଳନା ଭାର ଏବେ ସରକାର ହାତକୁ ନେଇଛନ୍ତି ।
ଶ୍ରୀଲଙ୍କା ସରକାରଙ୍କ କ୍ରୀଡ଼ା ବିଭାଗ ଦ୍ୱାରା ଦେଶର କ୍ରିକେଟ ଏବେ ପରିଚାଳିତ ହେବ । ସିଲଭା ୨୦୧୯ରେ ଏସଏଲସିର ସଭାପତି ଭାବେ ପ୍ରଥମ ଥର ନିର୍ବାଚିତ ହୋଇଥିଲେ ।
ଏହା ପରେ ନିଦ୍ୱନ୍ଦ୍ୱର୍ରେ ୨୦୨୧, ୨୦୨୩ ଓ ୨୦୨୫ ମସିହାରେ ନିର୍ବାଚିତ ହୋଇଥିଲେ । ୨୦୨୫ରୁ ସିଲଭା ଏସୀୟ କ୍ରିକେଟ କାଉନସିଲର କାର୍ଯ୍ୟନିର୍ବାହୀ ସଦସ୍ୟ ରହିଛନ୍ତି ।