ପ୍ରତିରକ୍ଷା, ଗ୍ୟାସ ଓ ତୈଳ ଭଣ୍ଡାର : ଭାରତ ଓ ୟୁଏଇ ରାଜିନାମା
ସମଗ୍ର ଦେଶରେ ଜାଳେଣି ଗ୍ୟାସ ଓ ତୈଳ ସଂକଟ ସୃଷ୍ଟି ହୋଇଛି । ଏଭଳି ମୁହୂର୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ୫ ଦେଶୀୟ ଗସ୍ତରେ ଯାଇ ପ୍ରଥମ ପର୍ଯ୍ୟାୟରେ ସଂଯୁକ୍ତ ଆରବ ଏମିରେଟସରେ ପହଂଚିଛନ୍ତି ।
ସେଠାରେ ତାଙ୍କର ରହଣି ମଧ୍ୟରେ ଦୁଇ ଦେଶ ମଧ୍ୟରେ ପ୍ରତିରକ୍ଷା, ଏଲପିଜି ଯୋଗାଣ ଓ ରଣନୈତିକ ତୈଳ ଭଣ୍ଡାର କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ରାଜିନାମା ସ୍ୱାକ୍ଷର ହୋଇଥିବା ଜଣାପଡ଼ିଛି ।
ଭାରତର ଭିତିଭୂମି ଏବଂ ଆର୍ଥିକ ପ୍ରତିଷ୍ଠାନଗୁଡ଼ିକରେ ୟୁଏଇ ୫ ବିଲିୟନ ଡଲାରର ନିବେଶ କରିବ ବୋଲି ମଧ୍ୟ ପ୍ରତିଶ୍ରୁତି ଦେଇଛି ।
ଗୁଜୁରାଟର ଦ୍ୱାରକା ଜିଲା ଅନ୍ତର୍ଗତ ଭାଡିନାରଠାରେ ଏକ ଜାହାଜ ମରାମତି ପୁଞ୍ଜ ସ୍ଥାପନ ପାଇଁ ମଧ୍ୟ ଦୁଇ ଦେଶ ମଧ୍ୟରେ ରାଜିନାମା ହୋଇଛି ।
ୟୁଏଇ ରାଷ୍ଟ୍ରପତି ମହମ୍ମଦ ବିନ ଜାୟେଦ ଅଲ ନାହୟାନ ଏବଂ ମୋଦୀଙ୍କ ଉପସ୍ଥିତିରେ ଏହି ରାଜିନାମାଗୁଡ଼ିକ ସ୍ୱାକ୍ଷର ହୋଇଥିବା ଜଣାପଡ଼ିଛି ।