ପୁଲୱାମା ଆତଙ୍କବାଦୀ ଘଟଣାର ମାଷ୍ଟରମାଇଣ୍ଡ ନିପାତ
ପୁଲୱାମା ଆତଙ୍କବାଦୀ ଆକ୍ରମଣ ଘଟଣାର ମାଷ୍ଟରମାଇଣ୍ଡ ହମଜା ବୁରହାନକୁ ପାକିସ୍ତାନରେ ନିପାତ କରାଯାଇଛି ।
ପାକିସ୍ତାନରେ ଜଣେ ଅଜ୍ଞାତ ଦୁର୍ବୃତ ହମଜାକୁ ଗୁଳିକରି ନିପାତ କରିଛି । ସୂତ୍ର ଅନୁସାରେ ଆକ୍ରମଣରେ ଏହି ଆତଙ୍କବାଦୀର ମୃତ୍ୟୁ ହୋଇଛି ।
ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ହମଜାକୁ ପାକିସ୍ତାନର ମୁଜସଫରାବାଦରେ ଗୁଳିମାଡ଼ କରାଯାଇଛି । ପାକିସ୍ତାନ ଅଧିକୃତ କଶ୍ମୀରର ଏକ ଅଂଶବିଶେଷ ହେଉଛି ମୁଜଫରାବାଦ ।
୨୦୧୯ ପୁଲୱାମା ଆକ୍ରମଣ ଘଟଣାର ମାଷ୍ଟରମାଇଣ୍ଡ ହାମଜା ଥିଲା । ପାକିସ୍ତାରେ ଏହି ବ୍ୟକ୍ତି ନିଜକୁ ଶିକ୍ଷକ ଭାବେ ପରିଚୟ ଦେଉଥିଲେ ।
ନିଜର ପରିଚୟ ଲୁଚାଇବା ପାଇଁ ଏକ ସ୍କୁଲରେ ପ୍ରିନ୍ସିପାଲ ହୋଇଥିଲା । ସୂଚନାଯୋଗ୍ୟ ପୁଲୱାମା ଆକ୍ରମଣ ଘଟଣା ୨୦୨୯ ଫେବୃୟାରୀ ୧୪ରେ ହୋଇଥିଲା, ଯେଉଁଥିରେ ୪୦ରୁ ଅଧିକ ଯବାନ ସହିଦ ହୋଇଥିଲେ ।