ୱାଶିଂଟନ ଯିବେ ଭାରତୀୟ ପ୍ରତିନିଧି
ଭାରତ ଓ ଆମେରିକା ମଧ୍ୟରେ ଅଟକି ରହିଥିବା ମଧ୍ୟବର୍ତୀକାଳୀନ ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା ପୁନର୍ବାର ଆରମ୍ଭ ହେବ ।
ଆସନ୍ତା ସପ୍ତାହରେ ଏକ ଉଚ୍ଚସ୍ତରୀୟ କେନ୍ଦ୍ର ସରକାରଙ୍କ ପ୍ରତିନିଧିମଣ୍ଡଳ ୱାଶିଂଟନ ଯାତ୍ରା କରିବେ ।
ଏହି ଗସ୍ତ ଏପରି ଏକ ସମୟରେ ହେଉଛି ଯେତେବେଳେ ଆମେରିକାର ଶୁଳ୍କ ନିୟମ ଓ କୋର୍ଟଙ୍କ ରାୟ ପରେ ସୃଷ୍ଟି ହୋଇଥିବା ସ୍ଥିତି ଉପରେ ସମସ୍ତଙ୍କ ନଜର ରହିଛି । ଆସନ୍ତା ସପ୍ତାହର ଆଲୋଚନା କେବଳ ଶୁଳ୍କ ପର୍ଯ୍ୟନ୍ତ ସୀମିତ ରହିବ ନାହିଁ ।
ଆମେରିକା ବାଣିଜ୍ୟ ପ୍ରତିନିଧିଙ୍କ ର୍କା୍ୟାଳୟର ଧାରା ୩୦୧ ଅଧୀନରେ ଦୁଇଟି ତଦନ୍ତ ଆରମ୍ଭ କରିଛି । ଭାରତ ସମେତ ୬୦ଟି ଦେଶ ବିରୋଧରେ ଏହି ତଦନ୍ତ କରାଯାଉଛି । ବିଷୟରେ ମଧ୍ୟ ଆଲୋଚନା ହେବ । ୱାଶିଂଟନ ବୈଠକରେ ଭାରତୀୟ ଅଧିକାରୀମାନେ ନୂତନ ଶୁଳ୍କ ଗଠନ ଉପରେ ସ୍ପଷ୍ଟତା ଖୋଜିବେ । ପରିବର୍ତିତ ପରିସ୍ଥିତିରେ ମଧ୍ୟ ରପ୍ତାନିକାରୀଙ୍କ ସ୍ୱାର୍ଥ ସୁରକ୍ଷିତ ରହିବାକୁ ଭାରତ ଚେଷ୍ଟା କରିବ । ଭାରତ ଧାରା ୩୦୧ ତଦନ୍ତ ଉପରେ ମଧ୍ୟ ନିଜର ମତାମତ ଉପସ୍ଥାପନ କରିବ, ଯାହାଦ୍ୱାରା ଭବିଷ୍ୟତରେ ପ୍ରତିବନ୍ଧକକୁ ଏଡାଇ ଯାଇହେବ ।
ପ୍ରଥମେ ଆମେରିକା ସହ ବାଣିଜ୍ୟ ଚୁକ୍ତିନାମା ମାର୍ଚରେ ୍ବାକ୍ଷରିତ ହେବାର ଆଶା କରାଯାଉଥିଲା, କିନ୍ତୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରଶାସନ ଦ୍ୱାରା ଲାଗୁ ହୋଇଥିବା ଶୁଳ୍କ ଓ ଆମେରିକା ସୁପ୍ରିମ କୋର୍ଟଙ୍କ ରାୟ ପରିସ୍ଥିତିକୁ ଅଧିକ ଜଟିଳ କରିଛି । ଦୁଇ ଦେଶ ଗତ ଫେବୃଆରୀରେ ଚୁକ୍ତିର ପ୍ରଥମ ପର୍ଯ୍ୟାୟର ରୂପରେଖ ପ୍ରସ୍ତୁତ କରିଥିଲା ।
ଏହି ଢାଂଚା ଅନୁଯାୟୀ ଆମେରିକା ଭାରତୀୟ ସାମଗ୍ରୀ ଉପରେ ଶୁଳ୍କ ୧୮%କୁ ହ୍ରାସ କରିବାକୁ ରଙ୍କକ୍ସକ୍ଟ ହୋଇଥିଲା । ତଥାପି ପରବର୍ତୀ ସମୟରେ ଆମେରିକାରସୁପ୍ରିମ କୋର୍ଟ ଟ୍ରମ୍ପଙ୍କ ପୂର୍ବ ଶୁଳ୍କକୁ ଅସିଦ୍ଧ ଘୋଷଣା କରିବା ପରେ ସେହି ଆଲୋଚନା ପ୍ରାସଙ୍ଗିକତା ହରାଇଥିଲା ।
ଏହି ନିଷ୍ପତି ପରେ ଆମେରିକା ପ୍ରଶାସନ ଗତ ଫେବୃଆରୀ ୨୪ରୁ ୧୫୦ଦିନ ପାଇଁ ସମସ୍ତ ଦେଶରୁ ଆମଦାନୀ ଉପରେ ୧୦% ଶୁଳ୍କ ଲାଗୁ କରିଥିଲା । ଶୁଳ୍କକୁ ନେଇ ସ୍ପଷ୍ଟତା ଅଭାବରୁ ଗତ ମଙ୍କସର ବୈଠକକୁ ସ୍ଥଗିତ ରଖାଯାଇଥିଲା ।
ଗତ ଫେବୃଆରୀରେ ଅନ୍ୟ ଦେଶଗୁଡ଼ିକ ତୁଳନାରେ ଭାରତ ଭଲ ସ୍ଥିତିରେ ଥିଲା, କିନ୍ତୁ ଏବେ ଆମେରିକା ସମସ୍ତ ଦେଶ ଉପରେ ୧୦% ଫ୍ଲାଟ ଶୁଳ୍କ ଲାଗୁ କରିଛି । ଏହା ଭାରତର ବିଶେଷ ସୁବିଧାକୁ ହ୍ରାସ କରିଛି ।