ଭୂପୃଷ୍ଠକୁ ଫେରିଲା ଆର୍ଟେମିସ-୨
ଆମେରିକୀୟ ମହାକାଶ ଗବେଷଣା ଓ ଅନୁସନ୍ଧାନକାରୀ ସଂସ୍ଥା ନାସା ଦ୍ୱାରା ଗତ ଏପ୍ରିଲ -୧ ତାରିଖରେ ଚନ୍ଦ୍ରପୃଷ୍ଠକୁ ଏହି ମହାକାଶଯାନ ପଠାଯାଇଥିଲା ।
୧୯୭୨ ପରେ ଏହା ପ୍ରଥମ ମାନବ ଚନ୍ଦ୍ର ଅଭିଯାନ ।
ଏହା ସୁରକ୍ଷିତ ଭାବେ ପ୍ରଶାନ୍ତ ମହାସାଗରରେ ଖସିଛି ।
ଏପ୍ରିଲ-୧ରେ ଲଂଚ ହୋଇଥବିା ଏହି ମିଶନ ୧୦ ଦିନର ଥିଲା । ତେବେ ଆର୍ଟେମିସ-୨ ମିଶନ ସଫଳ ହୋଇଛି ବୋଲି ନାସା କହିଛିି ।
ଏଥିରେ ଚନ୍ଦ୍ରପୃଷ୍ଠକୁ ଯାଇଥିବା ୪ ମହାକାଶଚାରୀ ସୁରକ୍ଷିତ ଭାବେ ଫେରିପାରିଛନ୍ତି ।
ତେବେ ଏହା କେବଳ ଏକ ଲ୍ୟାଣ୍ଡିଂ ମିଶନ ନଥିଲା ବରଂ ଏହା ଏକ ପରୀକ୍ଷଣ ମିଶନ ଥିିଲା ।
ଗତ ୧୦ ଦିନ କାଳ ଚନ୍ଦ୍ର ଚାରିପଟେ ଏହି ମହାକାଶଯାନ ଘୂରି ବୁଲିବା ସହିତ ଏହାର ଫଟୋ ଓ ତଥ୍ୟ ସଂଗ୍ରହ କରିଛି ମହାକାଶଯାନ ଆର୍ଟେମିସ-୨ ।