ଆର୍ଟେମିସ-୨ର ସଫଳ ଉତକ୍ଷେପଣ
ଆମେରିକୀୟ ମହାକାଶ ସଂସ୍ଥା ନାସା ଗୁରୁବାର ଏହାର ଚନ୍ଦ୍ର ଅଭିଯାନ ଆର୍ଟେମିସ-୨କୁ ସଫଳତାର ସହ ଉତକ୍ଷେପଣ କରିଛି ।
ଭୋର ୪ଟା ୦୫ମିନିଟରେ ଫ୍ଲୋରିଡାର କେନେଡି ସ୍ପେସ ସେଂଟରରୁ ଓରିଅନ ମହାକାଶ ଯାନକୁ ଚନ୍ଦ୍ର ଅଭିମୁଖେ ପଠାଯାଇଥିଲା, ଯାହାକୁ ସ୍ପେସ ଲଂଚ ସିଷ୍ଟମଦ୍ୱାରା ଚାଳିତ କରାଯାଇଥିଲା ।
ଚାରିଜଣ ମହାକାଶଚାରୀ ଏହି ମିଶନର ଅଂଶ ଭାବେ ମହାକାଶକୁ ଯାତ୍ରା କରିଛନ୍ତି ଏବଂ ୧୦ଦିନ ଧରି ଚନ୍ଦ୍ର ପରିକ୍ରମା କରିବା ପରେ ଫେରିବାର କାର୍ଯ୍ୟକ୍ରମ ରହିଛି ।
ସୂଚନା ଅନୁଯାୟୀ ୧୯୭୨ ମସିହାରେ ଆପୋଲୋ ୧୭ ମିସନର ୫୪ବର୍ଷ ପରେ ମଣିଷ ପୁଣି ଥରେ ଚନ୍ଦ୍ରକୁ ଯାତ୍ରା ଆରମ୍ଭ କରିଛି ।
୧୯୭୨ ଚନ୍ଦ୍ର ମିଶନ ମହାକାଶ ଯାନ ପୃଥିବୀକୁ ଫେରିବା ପୂର୍ବରୁ ପରୀକ୍ଷଣ ପାଇଁ ଚନ୍ଦ୍ରକୁ ପରିକ୍ରମା କରିବା ପାଇଁ ୧୦ଦିନ ବିତାଇବ । ଏହି ମିସନର ପ୍ରାଥମିକ ଉଦେ୍ଦଶ୍ୟ ହେଉଛି ଓରିଅନ ମହାକାଶ ଯାନକୁ ପରୀକ୍ଷା କରିବା । ଯାହା ଭବିଷ୍ୟତରେ ମଙ୍ଗଳ ଏବଂ ଆର୍ଟେମିସ-୩ ମିସନରେ ବ୍ୟବହାର ପାଇଁ ସ୍ଥିର କରାଯାଇଛି ଏବଂ ଏହାର ଜୀବନ ସମର୍ଥନ ପ୍ରଣାଳୀର ମୂଲ୍ୟାଙ୍କନ କରିବା ।