୮ ମହିଳାଙ୍କୁ ମୁକ୍ତ କରିବାକୁ ଇରାନକୁ ଟ୍ରମ୍ପଙ୍କ ଅପିଲ
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନରେ ବନ୍ଦୀ ଥିବା ଆଠଜଣ ଇରାନୀ ମହିଳାଙ୍କୁ ମୁକ୍ତ କରିବାକୁ ଅପିଲ କରିଛନ୍ତି ।
ସେ ଏହି ମହିଳାଙ୍କ ଫଟୋ ସହିତ ସାମାଜିକ ଗଣମାଧ୍ୟମରେ ଏକ ପୋଷ୍ଟରେ ସେୟାର କରି ଅପିଲ କରିଛନ୍ତି ଯେ ଇରାନରେ ସେମାନଙ୍କୁ ଶୀଘ୍ର ମୃତ୍ୟୁଦଣ୍ଡ ଦେବା ପାଇଁ ପ୍ରସ୍ତୁତି ଚାଲିଛି । ଟ୍ରମ୍ପ ଲେଖିଛନ୍ତି ଯେ ମୁଁ ଇରାନୀ ନେତାମାନଙ୍କୁ ଅନୁରୋଧ କରିବି ଯେ ସେମାନେ ଏହି ମହିଳାଙ୍କୁ କୌଣସି କ୍ଷତି ନ ପହଂଚାନ୍ତୁ ।
ସେମାନେ ଏପରି କଲେ ମୁଁ ଏଥିପାଇଁ କୃତଜ୍ଞ ରହିବି । ମୁଁ ନିଶ୍ଚିତ ଯେ ଆପଣ ଏହା କରିବେ ଏବଂ ମହିଳାମାନେ ଏହି କାର୍ଯ୍ୟକୁ ମଧ୍ୟ ସମ୍ମାନ କରିବେ ।
ଦୟାକରି ସେମାନଙ୍କର କ୍ଷତି କରନ୍ତୁ ନାହିଁ । ତେବେ ବିବିସି ରିପୋର୍ଟ ଉଲ୍ଲେଖ କରିଛି ଯେ ଇରାନର ଆଟର୍ଣ୍ଣି ଜେନେରାଲ ଆଠଜଣ ମହିଳାଙ୍କ ମୃତ୍ୟୁଦଣ୍ଡ ରିପୋର୍ଟକୁ ଅସ୍ୱୀକାର କରିଛନ୍ତି । ଉଲ୍ଲେଖଯୋଗ୍ୟ ଯେ ଇରାନୀ ମହିଳାମାନଙ୍କ ବିଷୟରେ ଏହି ପୋଷ୍ଟଟି ଆୟଲ ୟାକୁବିଙ୍କ ଦ୍ୱାରା କରାଯାଇଥିଲା ।
ୟାକୁବି ନିଜକୁ ଅନଲାଇନରେ ପେନସିଲଭାନିଆ ବିଶ୍ୱବିଦ୍ୟାଳୟର ସ୍ମାତକ ଏବଂ ଏମଆଇଟିରେ ଜଣେ ଆଗାମୀ ଛାତ୍ର ଭାବେ ବର୍ଣ୍ଣନା କରିଛନ୍ତି । ସେ ଦାବି କରିଛନ୍ତି ଯେ ଇସଲାମିକ ଗଣରାଜ୍ୟ ଇରାନ ଆଠଜଣ ମହିଳାଙ୍କୁ ମୃତ୍ୟୁଦଣ୍ଡ ଦେବାକୁ ପ୍ରସ୍ତୁତ ହେଉଛି, କିନ୍ତୁ ଅନ୍ତର୍ଜାତୀୟ ସମ୍ପ୍ରଦାୟ ଏବଂ ମାନବାଧିକାର ସଂଗଠନଗୁଡ଼ିକ ଏହି ବିଷୟରେ ନିରବ ରହିଛନ୍ତି ।
ୟାକୁିଙ୍କ ପୋଷ୍ଟରେ ଏହି ଆଠଜଣ ମହିଳାଙ୍କ ଫଟୋଗ୍ରାଫ୍ ରହିଛି, ଯେଉଁମାନେ ଇରାନରେ ମୃଦ୍ୟୁଦଣ୍ଡ ପାଇଁ ପ୍ରସ୍ତୁତ ହେଉଥିବା ଅଭିଯୋଗ ହୋଇଛି । ଜାନୁଆରୀରେ ହୋଇଥିବା ପ୍ରତିବାଦ ସମୟରେ ଏହି ମହିଳାମାନଙ୍କୁ ଗିରଫ କରାଯାଇଥିଲା ।
ଭାଇରାଲ ପୋଷ୍ଟରେ ଯେଉଁ ଆଠଜଣ ମହିଳାଙ୍କ ଫଟୋ ରହିଛି, ସେମାନେ ହେଲେ ବିତା ହେମ୍ମାତି, ଗଜଲ ଗାଲାନ୍ଦରୀ, ଗୋଲାନାଜ ନାରାଘି, ଭେନ୍ସ ହୋସେନ ନେଜାଦ, ପନାହ ମୋଭାହେଦି, ଏନସିହ ନେଜାତି, ମହବୁବେ ଶାବାନି ଏବଂ ଡାଏନା ତାହେବ ଆବାଦି ।